ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଶେଷ ହୋଇଛି । ଦୁଇଟି ସ୍ଥାନରୁ ବିଜେଡି ବାଜି ମାରିଛି । ଏବେ ସମସ୍ତଙ୍କ ନଜର ରହିଛି ପିପିଲି ଉପନିର୍ବାଚନ ଉପରେ । ତେବେ ପିପିଲି ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ । କାହାକୁ ଗୁରୁ ଦାୟିତ୍ୱ ଦେବେ ନବୀନ । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ବିଧାନସଭା ଆସନରୁ କିଏ ହେବ ବିଜେଡି ପ୍ରାର୍ଥୀ । ପ୍ରଦୀପ ମହାରଥୀଙ୍କ ସ୍ତ୍ରୀ ଏବଂ ପୁଅକୁ ନେଇ ଏବେ ଟଣା ଓଟରା । ଆଗରେ ଅଛନ୍ତି ମହରଥୀଙ୍କ ପରିବାରର ଦୁଇ ସଦସ୍ୟ । ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଏବଂ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ବିଜେଡିରେ ଏବେ ଦୁଇ ଗୋଷ୍ଠି । ପ୍ରତିଭାଙ୍କ ସପକ୍ଷରେ ଦଳର ପୁରୁଖା ନେତା ଓ କର୍ମୀମାନେ ବାହାରିଥିବାବେଳେ ଛାତ୍ର ଓ ଯୁବ ବିଜେଡିର ପସନ୍ଦ ରୁଦ୍ର ମହାରଥୀ । ମା ଓ ପୁଅଙ୍କୁ ନେଇ ଏବେ ପିପିଲି ବିଜେଡି ଦୁଇଫାଳ । ତେବେ ବିଜେଡି ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ । କାହାକୁ ଦେବେ ଟିକେଟ୍ ।
ଅନ୍ୟପଟେ ପିପିଲି ଉପନିର୍ବାଚନରେ ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି । ଆଶ୍ରିତ ଏବେ ପୁରୀ ଜିଲ୍ଲା ବିଜେପି ସଭାପତି । ୨୦୧୯ରେ ସେ ପିପିଲି ବିଧାନସଭା ଆସନରୁ ନିର୍ବାଚନ ଲଢି ମହାରଥୀଙ୍କୁ ଟକ୍କର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here