ହୋଲିରେ ଦୁର୍ବ୍ୟବହାରର ଶୀକାର ହେଲେ ଜାପାନୀ ପର୍ଯ୍ୟଟକ । ନୂଆଦିଲ୍ଲୀରେ ତିନିଜଣ ଯୁବକଙ୍କ ଦ୍ବାରା ଦୁର୍ବ୍ୟବହାରର ଶୀକାର ହେବା ପରେ ଉକ୍ତ ଜାପାନୀ ପର୍ଯ୍ୟଟକ ଭାରତ ଛାଡି ବାଂଲାଦେଶ ଚାଲି ଯାଇଛନ୍ତି ।
ସୂଚନା ଅନୁଯାୟୀ, ଦିଲ୍ଲୀ ପାହାଡିଗଞ୍ଜରେ ରହୁଥିବା ଜଣେ ଜାପାନୀ ଯୁବତୀଙ୍କୁ ହୋଲି ଦିନ ତିନିଜଣ ଯୁବକ ଜୋରଜବରଦସ୍ତ ଧରି ମୁହଁରେ ରଙ୍ଗ ବୋଳିଥିଲେ । ତାଙ୍କ ମୁଣ୍ଡରେ ଅଣ୍ଡା ଫଟାଇଥିଲେ । ତିନି ଯୁବକ ଯୁବତୀଙ୍କ ପ୍ରତି ଅଶାଳିନ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିଲେ । ସଂପୃକ୍ତ ଯୁବକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି । ତିନି ଯୁବକଙ୍କ ଦ୍ବାରା ଅତ୍ୟାଚାରର ଶୀକାର ହେଉଥିବା ବେଳେ ଯୁବତୀ ଜଣକ ଚିତ୍କାର କରୁଥିଲେ । ଏହି ଘଟଣା ପରେ ଜାପାନୀ ଯୁବତୀଜଣକ ଭାରତ ଛାଡି ବାଂଲାଦେଶ ଚାଲି ଯାଇଛନ୍ତି । ଯଦିଓ ପୋଲିସରେ ସେ କୌଣସି ଅଭିଯୋଗ କରିନାହାଁନ୍ତି, ତେବେ ଯୁବତୀଙ୍କ ପ୍ରତି ତିନି ଯୁବକଙ୍କ ଅଶାଳୀନ ବ୍ୟବହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତିନି ଯୁବକଙ୍କୁ ଗିରଫ କରିଛି ।
ଅଶାଳୀନ ବ୍ୟବହାରର ଶୀକାର ହୋଇଥିବା ଯୁବତୀ ବାଂଲାଦେଶରେ ପହଞ୍ଚିବା ପରେ ସେ ଶାରିରୀକ ଓ ମାନସିକ ଭାବେ ଫିଟ୍ ଥିବା ଚ୍ବିଟ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here