ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି I ଶନିବାର ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 873କୁ ବୃଦ୍ଧି ପାଇଛି I ମହାରାଷ୍ଟ୍ରରେ ସର୍ବାଧିକ 180 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେରଳରେ 173ରେ ପହଞ୍ଚିଛି I ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ବହୁ ଆକ୍ରାନ୍ତଙ୍କ ପରୀକ୍ଷା ହୋଇପାରୁ ନଥିବାରୁ ଚିତ୍ର ସ୍ପଷ୍ଟ ହୋଇପାରୁନି I ଜାନୁଆରୀ 18 ରୁ ମାର୍ଚ୍ଚ 23 ମଧ୍ୟରେ ବିଭିନ୍ନ ଦେଶରୁ ଭାରତକୁ ଫେରିଥିବା ପ୍ରାୟ 15 ଲକ୍ଷ ଭାରତୀୟଙ୍କ ଉପରେ ନଜର ରଖାଯାଇଛି I ମାତ୍ର ବିଦେଶରୁ ଭାରତକୁ ଫେରିଥିବା ଲୋକଙ୍କୁ ଠିକଣା ଭାବେ କ୍ବାରେଣ୍ଟାଇନରେ ରଖାଯାଉ ନଥିବାରୁ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ବାରେଣ୍ଟାଇନ ନିୟମ ପାଳନ କରୁନଥିବାରୁ ଦେଶରେ ସଂକ୍ରମଣ ହାର ଭୟଙ୍କର ଭାବେ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି I ଲକ୍ ଡାଉନ ସମୟରେ ଲୋକେ ବାହାରକୁ ଯାଇ ନିତ୍ୟବ୍ୟବହାର୍ଯ଼୍ୟ ସାମଗ୍ରୀ କିଣୁଥିବା ବେଳେ ସଂକ୍ରମଣ ହେବାର ସମ୍ଭାବନା ରହିଛି I ଓଡିଶାରେ ପ୍ରାୟ ଚାରିହଜାର ଲୋକ ବିଦେଶରୁ ଫେରି ନାଁ ପଂଜିକୃତ କରିଥିଲେ ହେଁ ସେମାନଙ୍କ ଉପରେ ପ୍ରଶାସନର ଲଗାମ ନାହିଁ I ବିଦେଶରୁ ଫେରିଥିବା ଲୋକଙ୍କ ଉପରେ ଠିକ୍ ଭାବେ ନଜର ରଖାଯାଉ ନଥିବା ନେଇ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି I ଓଡିଶାରେ ଏପର୍ଯ୍ୟନ୍ତ ମାତ୍ର ତିନିଜଣ ପଜିଟିଭ ଚିହ୍ନଟ ହୋଇଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି I

LEAVE A REPLY

Please enter your comment!
Please enter your name here