ଗତ ମେ’ରେ ହୋଇଥିବା ‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ବାୟୁସେନା, ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଓ ଗୋଟିଏ ପ୍ରାକ୍-ସତର୍କତା ବିମାନକୁ ଧ୍ବଂସ କରିଥିବା ଦାବି କରିଛନ୍ତି ବାୟୁସେନା ର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ। କିନ୍ତୁ ପାକିସ୍ତାନ ଏହି ଦାବିକୁ ଖଣ୍ଡନ କରିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଶନିବାର ଦାବି କରିଛନ୍ତି , ଭାରତୀୟ ସଶସ୍ତ୍ର ବାହିନୀ ସାମ୍ପ୍ରତିକ ସଂଘର୍ଷ ସମୟରେ ସେମାନଙ୍କ ସେନାର କୌଣସି ବିମାନକୁ ଟାର୍ଗେଟ କିମ୍ବା ନଷ୍ଟ କରିପାରି ନାହାନ୍ତି । ସଂଘର୍ଷର ୩ ମାସ ପରେ ଭାରତ ପକ୍ଷରୁ ଏପରି କୁହାଯାଉଛି, କିନ୍ତୁ ସେତେବେଳେ ହିଁ ପାକିସ୍ତାନ ଏ ନେଇ ଉପଯୁକ୍ତ ତଥ୍ୟ ସହ ଅନ୍ତର୍ଜାତୀୟ ଗଣମାଧ୍ୟମ ଆଗରେ ନିଜର ସ୍ଥିତି ସ୍ପଷ୍ଟ କରିଥିଲା । ଏଣୁ ଭାରତର ଏହି ଦାବି ଅବିଶ୍ବସନୀୟ । ଅମରପ୍ରୀତ ସିଂହ କହିଥିଲେ ଯେ ଆମେ ଅତି କମରେ ପାଞ୍ଚଟି ଲଢ଼ୁଆ ବିମାନକୁ ଖସାଇ ଦିଆଯାଇଥିବା ସୂଚନା ନିଶ୍ଚିତ କରିଛୁ, ଯେଉଁଥିରେ ଏକ ବଡ଼ ବିମାନ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଏକ ବିମାନ କିମ୍ବା ଏକ ଏଡବ୍ଲୁସି, ଯାହାକୁ ପ୍ରାୟ ୩୦୦ କିଲୋମିଟର ଦୂରରୁ ଟାର୍ଗେଟ କରାଯାଇଥିଲା।’

LEAVE A REPLY

Please enter your comment!
Please enter your name here