ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଭରପୁର ଉତ୍କଣ୍ଠା ଲାଗି ରହିଥିଲା । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଲକ୍ଷାଧିକ କ୍ରିକେଟ ପ୍ରେମୀଙ୍କ ଭିଡ ଜମିଥିଲା । ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚରେ ବିଜ୍ଞାପନ ଭାଉ ବି ରେକର୍ଡ ଭାଙ୍ଗିଥିଲା । ହେଲେ ମ୍ୟାଚରେ ଚମକ ରହିଲାନି । ମାତ୍ର 41.3 ଓଭରରେ ପାକିସ୍ତାନ 191 ରନ କରି ଅଲଆଉଟ ହୋଇଯିବା ପରେ ଭାରତ 192 ସ୍କୋର୍ ହାସଲ ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିଲା । ରୋହିତ ଶର୍ମାଙ୍କ ବିସ୍ଫୋରକ 86 ରନ ସହାୟତାରେ 3 ଉଇକେଟ ହରାଇ ଭାରତ 30.3 ଓଭରରେ 192 ରନ୍ ହାସଲ କରିଥିଲା । ଏହା ପୂର୍ବରୁ ଭାରତ ବିଶ୍ବକପରେ ପାକିସ୍ତାନକୁ 7 ଥର ହରାଇ ସାରିଥିବା ବେଳେ ଏଥରକକୁ ମିଶାଇ ପାକିସ୍ତାନ ଅଷ୍ଟମ ଥର ପାଇଁ ଭାରତ ନିକଟରୁ ପରାଜୟ ବରଣ କରିଛି ।

LEAVE A REPLY

Please enter your comment!
Please enter your name here