ଆଜି ଏକ ସୋସିଆଲ ମିଡିଆ ପୋଷ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଏବଂ ରୁଷକୁ ଆମେରିକା ଚୀନ୍ ସାମ୍ନାରେ ହାରିଛି। ସେ ବ୍ୟଙ୍ଗାତ୍ମକ ଭାବରେ ଏହି ତିନିଟି ଦେଶକୁ “ସମୃଦ୍ଧ” ଭବିଷ୍ୟତ କାମନା କରିଛନ୍ତି । ଏହି ପ୍ରତିକ୍ରିୟା ସେତେବେଳେ ଆସିଛି, ଯେତେବେଳେ ସପ୍ତାହର ଆରମ୍ଭରେ ତିଆନଜିନରେ ଆୟୋଜିତ SCO ଶିଖର ସମ୍ମିଳନୀରେ ସି ଜିନପିଙ୍ଗ, ନରେନ୍ଦ୍ର ମୋଦି ଓ ଭ୍ଲାଦିମିର ପୁଟିନଙ୍କୁ ଏକାଠି ଦେଖାଯାଇଥିଲା। ୫୦% ଟାରିଫ୍ ଲାଗୁ କରିବା ପରେ ଆମେରିକା–ଭାରତ ସମ୍ପର୍କରେ ଭାରି ଫାଟ ସୃଷ୍ଟି ହୋଇଛି। ଏହି ସମୟରେ ଭାରତ, ଚୀନ୍ ଓ ରୁଷର ନିକଟତା ବଢ଼ିବାକୁ ଲାଗିଛି, ଯାହା ଟ୍ରମ୍ପଙ୍କ ପାଇଁ ଚିନ୍ତାର କାରଣ। ତଥାପି, ଚୀନରେ ସମ୍ପ୍ରତି ଶେଷ ହୋଇଥିବା SCO ସମ୍ମିଳନୀ ପରେ ଟ୍ରମ୍ପଙ୍କ ଭାବନାରେ ପରିବର୍ତ୍ତନ ଦେଖାଯାଉଛି।

ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ରାଷ୍ଟ୍ରପତି ପୁଟିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜିନପିଙ୍ଗ ଙ୍କ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଏପରି ଲାଗୁଛି ଯେ ଆମ ଭାରତ ଓ ରୁଷକୁ ସବୁଠୁ ଗଭୀର, ସବୁଠୁ ଅନ୍ଧକାରମୟ ଚୀନ ହାତରେ ହରାଇ ବସିଛୁ । ଭଗବାନ କରନ୍ତୁ ସେମାନଙ୍କ ଭବିଷ୍ୟତ ଲମ୍ୱା ଓ ସମୃଦ୍ଧମୟ ହେଉ ।’

ଟ୍ରମ୍ପଙ୍କ ବୟାନ ସେତେବେଳେ ଆସିଛି, ଯେତେବେଳେ ତିଆନଜିନ୍‌ରେ ହୋଇଥିବା ଏସସିଓ ସମ୍ମିଳନୀରେ ମୋଦୀ, ସି ଜିନପିଙ୍ଗ ଓ ପୁଟିନଙ୍କ ଘନିଷ୍ଠତା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଏପରି ପରିସ୍ଥିତିରେ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୫୦% କରିବା ଏବଂ ରୁଷୀୟ ତୈଳରେ ଅତିରିକ୍ତ ୨୫% ଶୁଳ୍କ ଲଗାଇବା ଫଳରେ ଦୁଇ ଦେଶର ସମ୍ପର୍କ ଏବେ ଗଭୀର ସଙ୍କଟରେ ପଡିଛି।

LEAVE A REPLY

Please enter your comment!
Please enter your name here