ଭୂକମ୍ପରେ ପିଓକେ ଛିନଛତ୍ର । ଭୂକମ୍ପରେ ପାକ୍ ଅଧିକୃତ କାଶ୍ମୀର ଭୀଷଣ କ୍ଷତିଗ୍ରସ୍ତ ହୋଇଛି । ବହୁ ଘର ଭାଙ୍ଗିବା ସହ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି । ୟପାକ୍ ଅଧିକୃତ କାଶ୍ମୀରର ମିର୍ପୁର ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି । ମିର୍ପୁରରେ ୨ କିଲୋମିଟର ରାସ୍ତା ବିସ୍ଫୋରଣ ଭଳି ଛିନ୍ଛତ୍ର । ସିଆଲକୋଟ୍, ସରଗୋଧା, ମାନସେରା, ଚିତ୍ରାଲ ବି କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର ପାଇଁ କ୍ଷତିଗ୍ରସ୍ତ ଅଞ୍ଚଳକୁ ସେନା ପଠାଇଛି ପାକିସ୍ତାନ । ସେନା ସହ ମେଡିକାଲ ଟିମ୍ ପଠାଯାଇଥିବା କହିଲେ ସେନା ମୁଖପାତ୍ର

LEAVE A REPLY

Please enter your comment!
Please enter your name here