ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ 10 ତାରିଖ ଦିନ ଭାରତ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି । ତେବେ ଭାରତବନ୍ଦ ସମୟରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ ନାହିଁ ବୋଲି ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ସଂଘ ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ୮ ଓ ୯ତାରିଖ ବ୍ୟାଙ୍କ ଛୁଟିଥିବାରୁ ଗ୍ରାହକମାନେ ଜରୁରୀ ଆର୍ଥିକ କାରବାର ପାଇଁ ସୋମବାରକୁ ଅପେକ୍ଷା କରି ରହିଥାନ୍ତି । ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୋମବାର ଧର୍ମଘଟ ସତ୍ତ୍ୱେ ବ୍ୟାଙ୍କ ଖୋଲା ରଖିବାକୁ ସଂଘ ନିଷ୍ପତ୍ତ ନେଇଛି । ସୁଚନାଅନୁସାରେ ଆରବିଆଇ କର୍ମଚାରୀମାନେ ସମୂହ ଛୁଟିରେ ଯାଉଥିବାବେଳେ ଧର୍ମଗଟ ଯୋଗୁଁ ଦେଶର ବ୍ୟାଙ୍କିଂ ସେବା ଗୁରୁତର ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ତେବେ ଏଭଳି ଆଶଙ୍କାକୁ କେନ୍ଦ୍ର ସରକାର ଓ ବ୍ୟାଙ୍କ ସଂଘ ପକ୍ଷରୁ ଏଡାଇ ଦିଆଯାଇଛି ।
ଅନ୍ୟପଟେ ଓଡିଶା ସରକାର ଭାରତ ବନ୍ଦ ଦିନ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି । ଏନେଇ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।