ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିଶେଷ କରି ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଏପଟେ ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପରିସ୍ଥିତି ଭୟାଭୟ ହୋଇପଡିଛି । ଭଣ୍ଡାରପୋଖରୀ, ଧାମନଗର, ତିହିଡ଼ି ଏବଂ ଚାନ୍ଦବାଲି ଆଦି ଅଞ୍ଚଳର ପାଖାପାଖି ୧୦୦ଟି ଗାଁ ଜଳମଗ୍ନ । ଭଣ୍ଡାରପୋଖରୀ-ଯାଜପୁର ରାସ୍ତାରେ  ଯାତାୟତ ବନ୍ଦ ରହିଛି ।

ସ୍ପେଶାଲ ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଶୁକ୍ରବାର ଯାଜପୁର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଆରଡି, ସୁନ୍ଦରପୁର, ନନ୍ଦପୁର ଏବଂ ଓଳଗି ଗାଁର ଲୋକମାନେ ପାଣି ଘେରରେ ରହିଛନ୍ତି । ଭଦ୍ରକ ଜିଲ୍ଲାପାଳ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । କେନ୍ଦୁଝର ଜିଲ୍ଲାର ହାଟଡିହି ଏବଂ ଘସିପୁରା ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here