ପେଟ୍ରୋଲ ଓ ଡିଜେଲରେ ଦରବୃଦ୍ଧି ସବୁ ସୀମା ଟପି ଯିବା ପରେ ବିରୋଧୀ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ଦେଶବ୍ୟାପୀ ଦେଖିବାକୁ ମିଳିଛି. ବନ୍ଦ ପ୍ରଭାବରେ ସାରାଦେଶ ଯେମିତି ଠପ୍ ହୋଇଯାଇଛି. କଂଗ୍ରେସ ସହ ପ୍ରାୟ ୨୧ଟି ଛୋଟ ବଡ ଦଳ ଏହାକୁ ସମର୍ଥନ କରିଛନ୍ତି . ଏହି ବନ୍ଦ ପାଳନ ବେଳେ ଓଡିଶାର ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ସମେତ ପ୍ରାୟ ଅଧିକାଁଶ ଷ୍ଟେସନରେ କଂଗ୍ରେସ କର୍ମୀଙ୍କ ରୋଳରୋକ ଯୋଗୁ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି . ସତର୍କତା ସ୍ବରୁପ ରାଜ୍ୟ ସରକାର ସ୍କୁଲ କଲେଜ ଛୁଟି ଘୋଷଣା କରିଦେଇଥିବା ବେଳେ ବିପିୟୁଟି ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ତେବେ ସରକାରୀ ଅଫିସ ଖୋଲା ରହିଥିଲା. ବିଧାନସଭା ଅଧିବେସନରେ ଆଜି କଂଗ୍ରେସ ବିଧାୟକମାନେ ଯୋଗ ଦେଇ ତୈଳଦର ବୃଦ୍ଧି ପ୍ରତିବାଦରେ ହଟ୍ଟଗୋଳ କରିବା ଯୋଗୁ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ. କଂଗ୍ରେସ କର୍ମୀମାନେ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. ଶତାଧିକ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି. ତେବେ ବନ୍ଦ ପାଳନ ବେଳେ ସେଭଳି ବଡଧରଣର ହିଂସାକାଣ୍ଡର ଖବର ମିଳିନାହିଁ.

ବନ୍ଦ ପ୍ରଭାବରେ ଦେଶବ୍ୟାପୀ ପ୍ରାୟ ସବୁ ସ୍ଥାନରେ ବସ ଓ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ତେବେ ବନ୍ଦ ପାଳନ ସମୟରେ ଅନେକ ସ୍ଥାନରେ ହିଂସା ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ଅହମ୍ମଦାବାଦରେ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବାବେଳେ ଅନେକ ସ୍ଥାନରେ ମାରପିଟର ଖବର ମଧ୍ୟ ଆସିଛି । ସେହିପରି ମହାରାଷ୍ଟ୍ରରେ କଂଗ୍ରେସ କର୍ମୀମାନେ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିଛନ୍ତି । ସବୁଠାରୁ ବେଶି ପରିମାଣର ହିଂସା ଦେଖିବାକୁ ମିଳିଛି ବିହାରରେ । ଦେଶରେ ଭାରତ ବନ୍ଦର ପ୍ରଭାବ ଏକ ପ୍ରକାର ହିଂସାତ୍ମକ ରୂପ ନେଇଛି । ଏହାଦ୍ୱାରା ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ନୂଆଦିଲ୍ଲୀ ଠାରେ ଭାରତ ବନ୍ଦ ପାଳନରେ ଏନସିପି ମୁଖ୍ୟ ଶରଦ ପାୱାର, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଶରଦ ଯାଦବ ଭଳି ଅନେକ ପ୍ରମୁଖ ନେତା ସାମିଲ ହୋଇଥିଲେ.

LEAVE A REPLY

Please enter your comment!
Please enter your name here