ଆଜିଠୁ ଖୋଲିଛି ସ୍କୁଲ । କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମ ପାଠପଢା । ଅଷ୍ଟମଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ରୁ ଦିନ ୧ଟା ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ କୋଭିଡ ଗାଇଡଲାଇନ୍ ଅନୁଯାୟୀ ବିଭିନ୍ନ ସ୍କୁଲରେ ସିଟିଂ ଆରେଜମେଣ୍ଟକରିଛନ୍ତି କର୍ତ୍ତୃପକ୍ଷ । ଏବଂ ସ୍କୁଲ ସହିତ ହଷ୍ଟେଲ ମଧ୍ୟ ଖୋଲୁଛି । ତେଣୁ ପିଲାଙ୍କ ମଧ୍ୟରେ ଯେପରି ସଙ୍କ୍ରମଣ ନବଢିବ ତାକୁ ଗୁରୁତ୍ୱ ଦେଇ ସ୍କୁଲ ଗୁଡିକରେ ସ୍ୱତନ୍ତ୍ର ଆଇସୋଲେସନ ରୁମ ବ୍ୟବସ୍ଥା ହୋଇଛି । ପିଲାମାନଙ୍କୁ ସକାଳ ୧୦ଟାରୁ ଥର୍ମାଲ ସ୍କ୍ରିନିଂ କରି କ୍ଲାସକୁ ଛଡାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି । ତେବେ ଆଜିଠୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡିକର କ୍ଲାସ ମଧ୍ୟ ଆରମ୍ଭ ହେଉଛି ।

LEAVE A REPLY

Please enter your comment!
Please enter your name here