ଭୁବନେଶ୍ଵରରେ ଆଉ ଜଣେ କରୋନା ପଜିଟିଭ୍ । ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୨ ଜଣ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର , ଜଣେ କେନ୍ଦ୍ରାପଡ଼ା ଜିଲ୍ଲାରର ଓ ଜଣେ ଭୁବନେଶ୍ଵରର ବୋଲି ଜଣାପଡିଛି। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି । 4 ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଖୋଜା ଯାଉଛି ।

ରାଜ୍ୟରେ ବର୍ତ୍ତମାନ ମୋଟ୍ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି । ସେହିପରି ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ନୂଆ ୪ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଟ୍ୱିଟ କରି ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

LEAVE A REPLY

Please enter your comment!
Please enter your name here