ସାରା ବିଶ୍ୱ ଏବେ କରୋନା କବଳରେ । ଏନେଇ ସମସ୍ତେ ଏବେ ଚିନ୍ତାରେ । ତେବେ କରୋନା ପାଇଁ କୌଣସି ମେଡିସିନ୍ ବାହାରିନଥିବାବେଳେ ଏହାର ଏକମାତ୍ର ଚିକିତ୍ସା ହେଉଛି ଘରେ ରହିବା । ତେବେ ବାହାରକୁ ନ ବାହାରିବା ପାଇଁ ସମସ୍ତେ ମନା କରୁଥିବାବେଳେ ପୋଲିସ ବାହାରେ କଡା ପହରା ଦେଉଛି । ନିଜର ପରିବାରକୁ ଛାଡି ଦିନ ରାତି ଏକ କରି ସାଧାରଣ ଜନତାଙ୍କୁ ସୁରକ୍ଷା ଦେଉଛନ୍ତି ପୋଲିସ । ତେବେ ଏହି ସମୟରେ ପଞ୍ଜାବ ପଟିଆଲା ଜିଲ୍ଲାରୁ ଆସିଛି ଅଭାବନୀୟ ଘଟଣା । ପୋଲିସ ଉପରକୁ ହୋଇଛି ଆକ୍ରମଣ । ଆଜି ସକାଳେ ଏକ ପରିବା ମାର୍କେଟରେ କିଛି ଲୋକେ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ହାତ କଟି ଯାଇଥିବାବେଳେ ଅନ୍ୟ ୨ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଲକଡାଉନ ନିୟମକୁ ସୁନିଶ୍ଚିତ କରିବା ପାଇଁ ପୁଲିସ ପ୍ରୟାସ କରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା ବୋଲି ପୁଲିସ କହିଛି।
ଯେଉଁ ଅଫିସରଙ୍କ ହାତ କଟି ଯାଇଛି ତାଙ୍କ ନାଁ ହରଜିତ ସିଂ। ସେ ଜଣେ ଏଏସଆଇ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here