ପୁରୀ ମାଳତୀପାଟପୁରରେ ବିଜେଡି ବିଶାଳ କୃଷକ ସମାବେଶର ଆୟୋଜନ କରିଛି । ଏହି ଚାଷୀ ସମାବେଶରେ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ‘କାଳିଆ ‘ଯୋଜନାରେ ଟଙ୍କା ବଂଟନ ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ୟ୍ୟାୟରେ ୨୧ ଲକ୍ଷ ଚାଷୀ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ ଲକ୍ଷ ୪୫ ହଜାର ୪୯୦ ଚାଷୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯିବା ନେଇ ସୂଚନା ଦିଆଯାଇଛି । ବଳକା ଆବେଦନକାରୀଙ୍କୁ ଏହି ଯୋଜନାରେ ପରେ ସହାୟତା ଟଙ୍କା ପ୍ରଦାନ କରାଯିବ । ଏହି ସମାବେଶରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ୧ ଲକ୍ଷ ଚାଷୀଙ୍କର ସମାଗମ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here