ଆଜି ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ କୁମାରୀ ଦାସ ନିର୍ବାଚନ ଜିତିଛନ୍ତି । ପୂର୍ବତନ ବିଜେଡି ବିଧାୟକ ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ବାମୀ ଦୈତାରୀ ବେହେରାଙ୍କୁ ସେ ପରାସ୍ତ କରିଛନ୍ତି । ମୋଟ 29 ଜଣ ସମିତି ସବଭ୍ୟ ଓ ସଭ୍ୟାଙ୍କ ମଧ୍ୟରୁ 28 ଜଣ ଆଜି ନିର୍ବାଚନରେ ଭାଗ ନେଇଥିଲେ । ବିଜେପି ସମର୍ଥିତ ଚିକିଲି ସମିତି ସଭ୍ୟା କୁମାରୀ ଦାସଙ୍କ ସପକ୍ଷରେ 25 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ଦୈତାରୀଙ୍କୁ ମାତ୍ର ତିନିଖଣ୍ଡ ଭୋଟ ମିଳିଥିଲା । ବିଧାନସଭା ନିର୍ବାଚନ ପୂର୍ବରୁ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦରୁ ବିଜେଡି ସମର୍ଥିତ ପ୍ରାର୍ଥୀ ଦୈତାରୀ ବେହେରା ଇସ୍ତଫା ଦେଇଥିଲେ । ବିଧାନସଭା ନିର୍ବାଚନରେ ସୂର୍ଯ୍ୟମଣୀ ବୈଦ୍ୟ ମଧ୍ୟ ପରାଜିତ ହୋଇଥିଲେ । ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସଭ୍ୟାମାନେ ବିଜେପିରେ ସାମିଲ ହେବା ପରେ ବିଜେଡି ସଂଗଠନ ଖଲ୍ଲିକୋଟରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଲାଣଇ । ଆଜି ହୋଇଥିବା ଉପନିର୍ବାଚନରେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦ ବିଜେପି ହାତେଇବା ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ଦକ୍ଷିଣ ଓଡିଶା ରାଜନୀତିରେ ଦବଦବା ରଖିଥିବା ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସଭ୍ୟାମାନେ ଏବେ ବିଜେପି ମୁହାଁ ହେଉଥିବାରୁ ଅନେକ ବ୍ଲକ ଓ ସମିତି ଅଧ୍ୟକ୍ଷ ପଦ ବିଜେଡି ହାତରୁ ଖସିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଜି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଓ ଶେରଗଡ ବ୍ଲକର ଅେକ ସମିତି ସଭ୍ୟସଭ୍ୟା ବିଜେପିରେ ସାମିଲ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here