ବାଲେଶ୍ବରର ଦକ୍ଷିଣ ଏବଂ ଧାମରାର ଉତ୍ତରରେ ସ୍ଥଳଭାଗକୁ ଛୁଇଁବ ବାତ୍ୟା ୟାସ୍ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ଭୋର ପାଞ୍ଚଟାରୁ 6ଟା ଭିତରେ ଓଡିଶା ଉପକୂଳରେ ପହଞ୍ଚିବ ବାତ୍ୟା । ଅତି ଭୀଷଣ ରୂପ ଧାରଣ କରିଥିବା ବାତ୍ୟା ୟାସ୍ ପ୍ରଭାବରେ ଭଦ୍ରକ ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବ । ଧାମରା ଓ ଚାନ୍ଦବାଲି ଅଞ୍ଚଲ ସର୍ବାଧିକ କ୍ଷତିଗ୍ରସ୍ତ ହେବ । ଆଜି ପବନର ବେଗ ଘଣ୍ଡା ପ୍ରତି 60 ରୁ 80 କିଲୋମିଟର ବେଗ ରହିବ ଏବଂ ଆସନ୍ତାକାଲି ପବନର ବେଗ ବୃଦ୍ଧି ପାଇ 155 ରୁ 185 ରହିବ ବୋଲି ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଆଜି ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । ତେବେ ଆଜି ସଂଧ୍ୟା ସୁଦ୍ଧା ଲୋକମାନେ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି । ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ପୂର୍ବ ଓ ପର 6 ଘଣ୍ଟା ସବୁଠୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଏହି ସମୟରେ ସମସ୍ତେ ସଜାଗ ରହିବାକୁ ଏବଂ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here