ଅତି ଭୟଙ୍କର ରୂପ ନେଉଛି ବାତ୍ୟା ତିତଲି । ୩ ଘଣ୍ଟା ମଧ୍ୟରେ ‘ଭେରି ସିଭିୟର ସାଇକ୍ଲୋନ’ ରୂପ ନେବ ତିତଲି । ଗୁରୁବାର ସକାଳ ୫.୩୦ ସୁଦ୍ଧା  ଗୋପାଳପୁର ଓ କଳିଙ୍ଗପଟନମ ମଧ୍ୟରେ ଅତିକ୍ରମ କରିବ । ଏବେ ଗୋପାଳପୁର ଠାରୁ ୩୨୦ କିମି ଓ କଳିଙ୍ଗପଟନମ ଠାରୁ ୨୭୦କିମି ଦୂରରେ ରହିଛି ତିତଲି । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଦେଇଥିବା ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରକି ଝଡ ତିତଲି ଧିରେ ଧିରେ ଭୟଙ୍କର ରୂପ ଧାରଣ କରୁଛି ।  ଆସନ୍ତାକାଲି ସକାଳ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇରହିଥିବାବେଳେ ୫ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳବଭାଗ ଆଡକୁ ଅଗ୍ରସର ହେଉଛି ‘ତିତଲି’ । ତେବେ ସ୍ଥଳଭାଗ ଛୁଇଁବାବେଳେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ସମେତ ବିଭିନ୍ନ ଜିଲ୍ଲାଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିଲୋମିଟର ରହିବ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରପଡାକୁ ରେଡ୍ ଆଲର୍ଟ ଦିଆଯାଇଥିବାବେଳେ ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ , ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।
ତିତଲିକୁ ନଜରରେ ରଖି ୫ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here