ଦିଲ୍ଲୀର ହାଲ ଏବେ ବେହାଲ । ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ଏତେ ବଢିଛି ଯେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିଲ୍ଲୀ ସରକାର ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଯଥାଶୀଘ୍ର ପ୍ରଦୂଷଣରୁ ମୁକ୍ତି ପାଇଁ ତତ୍କାଳ ସମାଧାନ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆବଶ୍ୟକ ହେଲେ ଦୁଇ ଦିନ ଲକଡାଉନ୍ ପାଇଁ ପରାମର୍ଶ ଦେଇଛନ୍ତି । ବିଚାରପତି ଏନ. ବି. ରମନ୍ନା କହିବା ମୁତାବକ, ଚାଷୀ ବିଲରେ କୁଟା ଜଳାଇବାରୁ ୪୦ ପ୍ରତିଶତ ପ୍ରଦୂଷଣ ହେଉଥିବାବେଳେ ଏହାର ମୁଖ୍ୟ କାରଣ ହେଉଛନ୍ତି ଖୋଦ୍ ଦିଲ୍ଲୀ ସରକାରଙ୍କ କଟକଣାର ଅଭାବ । ୬୦ ପ୍ରତିଶତ ପ୍ରଦୂଷଣ ବାଣ ଫୁଟାଇବା, ଯାନବାହାନ ଚଳାଚଳ, ନିର୍ମାଣାଧିନ କାର୍ଯ୍ୟକଳାପ ଯୋଗୁଁ ହେଉଛି । ପ୍ରଦୂଷଣ ରୋକିବାକୁ ସରକାର ତତ୍କାଳ ପଦକ୍ଷେପ ନେବା ସହ ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ୨ ଦିନ ପାଇଁ ଲକଡାଉନ୍ ଘୋଷଣା କରିବାକୁ ଦିଲ୍ଲୀ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here