ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ ଅଲ୍ଲୀ । ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିଥିବା ବେଳେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କିଏ ହେବେ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଆଉ ତିନିଦିନ ପରେ ପ୍ରଧାନମନ୍ତ୍ରୀ ସରିଫଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା । ତେବେ ପାକିସ୍ତାନ ସମ୍ବିଧାନ ଅନୁଯାୟୀ ତିନିଦିନ ଭିତରେ କାମଚଳା ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ଏବଂ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେ ଦାୟିତ୍ବ ନିର୍ବାହ କରିବେ । ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ତୋଷଖାନା ମାମଲାରେ ଜେଲରେ ଥିବା ବେଳେ ସେ ନିର୍ବାଚନ ଲଢିବା ନେଇ ଅନିଶ୍ଚିତତା ରହିଛି । ସେ ତାଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here