କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଭାବବିହ୍ୱଳ ଅପିଲ । ଝିଅଙ୍କୁ ମଦୁଆଙ୍କ ସହ ବାହା ଦିଅନି । ଜଣେ ମଦୁଆ ଅଫିସର ଅପେକ୍ଷା ଜଣେ ରିକ୍ସା ଚାଳକ ବା ଶ୍ରମିକ ଜ୍ୱାଇଁ ଢେର ଭଲ । ନିଶା ନିବାରଣ ପାଇଁ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର । ଜଣେ ମଦୁଆର ଜୀବନ କାଳ ବହୁତ କମ୍ । ମୁଁ ସାଂସଦ ମୋ ପତ୍ନୀ ବିଧାୟକ ଥିବାବେଳେ ଆମେ ଆମ ପୁଅକୁ ବଞ୍ଚାଇ ପାରିଲୁନି । କୌଶଲ କୁମାରଙ୍କ ପୁଅ ଆକାଶ କିଶୋର ସାଙ୍ଗମେଳରେ ମଦ ପିଇବା ଆରମ୍ଭ କଲେ । ତାଙ୍କୁ ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଭାବିଲୁ ବାହା ଦେଇଦେଲେ ପୁଅ ବଦଳିଯିବ । ହେଲେ ବିବାହ ପରେ ପୁଣି ମଦ ପିଇବା ଆରମ୍ଭ କରିଦେଲା ପୁଅ । ସେ ମଦ ହିଁ ମୋ ପୁଅ ଜୀବନ ନେଇଗଲା । ଆକାଶଙ୍କ ପୁଅକୁ ୨ ବର୍ଷ ହୋଇଥିଲା ଯେ ଚାଲିଗଲା । ଆଉ ଆମ ବୋହୂ କମ ବୟସରେ ବିଧବା ହୋଇଗଲା ବୋଲି କୋହଭରା କଣ୍ଠରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here