ପତ୍ନୀ ବର୍ଷାଙ୍କ ସହିତ ଥିବା ପାରିବାରିକ ବିବାଦରେ ମଧ୍ୟସ୍ଥତା ଚାହୁଁନାହାଁନ୍ତି ସାଂସଦ ଅନୁଭବ ମହାନ୍ତି । ତା ବଦଳରେ ଶୁଣାଣୀ ଆରମ୍ଭ କରିବାକୁ କୋର୍ଟକୁ କହିଛନ୍ତି । ଆଜି ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । କାନସେଲିଂ ସମୟରେ ମଧ୍ୟସ୍ଥତା ଚାହୁଁନଥିବା କୋର୍ଟକୁ ଜଣାଇଛନ୍ତି ଅନୁଭବ । ମଧ୍ୟସ୍ଥ୍ତା ବନ୍ଦ କରି ଶୁଣାଣି ଆରମ୍ଭ କରିବାକୁ ଅନୁଭବ ଆବେଦନ କରିଛନ୍ତି । ଖୁବଶୀଘ୍ର ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯର୍୍ୟ କରିବେ ବୋଲି ସୂଚନା ମିଳିଛି ।
କୋର୍ଟ ଯାହା ନିଷ୍ପତ୍ତି ନେବେ ସହଯୋଗ କରିବେ ବୋଲି ଜଣାଇଛନ୍ତି ବର୍ଷା । ଗତଥର କୋର୍ଟକୁ ଆସିଥିବାବେଳେ ନିଜେ ବିଚାରପତି ତାଙ୍କ ଚ୍ୟାମ୍ବରକୁ ଡାକି ଦମ୍ପତ୍ତି ଙ୍କ ସହିତ ଆଲୋଚନା କରିଥିଲେ । ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା ।