ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ୫ କେଜି ଗ୍ୟାସ ବିକ୍ରି ହୋଇପାରିବନି କହିବା ପରେ ଆଜି ଆସିଛି ଏହି ସ୍ପଷ୍ଟୀକରଣ। ସରକାର ଗ୍ୟାସ କଳା ବଜାରୀକୁ ବନ୍ଦ କରିବାକୁ ୫kg ଗ୍ୟାସକୁ ବ୍ୟାନ କରିଥିଲେ । ଏହାକୁ ନେଇ ଲୋକଙ୍କ ଭିତରେ ଦ୍ଵନ୍ଦ ବଢିଥିଲା । ଏବେ id ଦେଖାଇଲେ ମିଳିବ ୫kg ଗ୍ୟାସ ।୫kg ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ରଖିଲା ଖାଦ୍ୟ ଯୋଗାଣ ବିଭାଗ। ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ କିଣିପାରିବେ ୫ କେଜି ସିଲିଣ୍ଡର। ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀ ସେମାନଙ୍କ ପରିଚୟ ପତ୍ର ଦେଖାଇ ୫ କେଜି ଗ୍ୟାସ୍ ନେଇପାରିବେ।e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ ବୋଲି ବିଭାଗ କହିଛି। ବେଆଇନ୍ ଗଚ୍ଛିତ ସିଲିଣ୍ଡର ଓ କଳାବଜାରୀ ବିରୋଧରେ ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେବଳ ବେଇଆନ ଭାବେ ସିଲିଣ୍ଡର କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି।













