ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ୧୧ ଦିନ ପୁରିଲାଣି । ହେଲେ ଏବେ ବି ମର୍ଡର ପଛରୁ ପରଦା ହଟୁନି । ନବଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଅନେକ ନେତା ବୟାନବାଜି କରୁଛନ୍ତି । କିନ୍ତୁ ହତ୍ୟା ପଛରୁ କେବେ ଉଠିବ ପରଦା । ସେ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ କ୍ରାଇମବ୍ରାଞ୍ଚ । ପ୍ରକୃତ ଦୋଷୀ ଗୋପାଳ ନା ଆଉ କେଉଁ ବଡ ନେତାଙ୍କ ହାତ ନବଙ୍କ ହତ୍ୟା ପଛରେ ରହିଛି । ତାହା ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ।
ଅଭିଯୁକ୍ତ ଗୋପାଳ ଦାଶର ଚାଲିଛି ଏଲଭିଏ ଟେଷ୍ଟ । ଦ୍ୱିତୀୟ ଥର ରିମାଣ୍ଡରେ ନେଇ ଏବେ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚ ।
ଅନ୍ୟପଟେ ରାଜ୍ୟ ସରକାରଙ୍କୁ କଡା ଭର୍ସନା କରିଛନ୍ତି ଦୁଇ ବିରୋଧୀ ବିଜେପି ଏବଂ କଂଗ୍ରେସ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି , ବେପାର ପାଇଁ ପଲିଟିକାଲ ମର୍ଡର କରାଯାଇଛି । ନବଙ୍କୁ ମାରି ଟଙ୍କା କଲେକ୍ସନ କରିବାକୁ ଏହି କାଣ୍ଡ କରାଯାଇଛି । ଉପକୂଳ ଅଞ୍ଚଳର ଜଣେ ବଡ ନେତା ଏହା ପଛରେ ରହିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁବାସ ପାଣିଗ୍ରାହୀ । ଗୋପାଳ କେବଳ ମୋହରା ହୋଇଛନ୍ତି ।
ତାଙ୍କ ଦଳରୁ ହିଁ ନବଙ୍କ ଶତ୍ରୁ ଥାଇପାରନ୍ତି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

LEAVE A REPLY

Please enter your comment!
Please enter your name here