ଆଜି ବି ସ୍ଥଗିତ ରହିଲା ଦିଲ୍ଲୀ ନଗର ନିଗମ ପାଇଁ ମେୟର ଏବଂ ଡେପୁଟି ମେୟର ନିର୍ବାଚନ । ହଙ୍ଗାମା ପରେ ସ୍ଥଗିତ ହୋଇଗଲା ନିର୍ବାଚନ । ଆଜି ଏମସିଡି ବୈଠକ ଆରମ୍ଭ ହେବା ପରେ ସ୍ପିକର ସତ୍ୟା ଶର୍ମା ଘୋଷଣା କଲେ ଯେ, ମନୋନିତ କାଉନସିଲର ମାନେ ମେୟର, ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନିର୍ବାଚନରେ ଭୋଟ ଦେଇପାରିବେ । ଯାହାକୁ ନେଇ ଆପତ୍ତି ଉଠାଇଥିଲା ଆମ ଆଦମୀ ପାର୍ଟି । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ତୃତୀୟ ଥର ଭୋଟ ଗ୍ରହଣ ପୂର୍ବରୁ ଗୃହ କାର୍ଯକୁ ବନ୍ଦ କରାଯାଇଛି l

ଏମସିଡି ନିର୍ବାଚନ ଜିତିଥିବା ଆପ୍‌ର ୧୩୪ କର୍ପୋରେଟର ଓ ଜଣେ ସ୍ୱାଧୀନ ସଦସ୍ୟ ପ୍ରିଜାଇଣ୍ଡିଂ ଅଫିସର ସତ୍ୟ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେମାନେ କହିଛନ୍ତି, ନିୟମ କହୁଛି ଯେ ମନୋନୀତ ସଦସ୍ୟ ଭୋଟ ଦେଇ ପାରିବେ ନାହିଁ। ତେଣୁ ମେୟର, ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟି ନିର୍ବାଚନରୁ ସେମାନଙ୍କୁ ଦୂରେଇ ରଖାଯାଉ।

LEAVE A REPLY

Please enter your comment!
Please enter your name here