ମହାରାଷ୍ଟ୍ର ଏନସିପିରେ ବିଭାଜନ । ବିରୋଧୀ ଦଳ ନେତା ପଦ ଛାଡି ଅଜିତ ପାଓ୍ବାର କିଛି ବିଧାୟକଙ୍କ ସହ ବିଜେପି-ଶିବସେନା ସରକାରରେ ସାମିଲ ହୋଇଛନ୍ତି । ଆଜି ସେ ରାଜଭବନ ଯାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ମହାରାଷ୍ଟ୍ର ବିକାଶ ପାଇଁ ଏବେ ଜଣେ ମୁଖ୍ୟମନ୍ତ୍ରୀ, ଦୁଇଜଣ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟ କରିବେ । ଜବଲ ଇଂଜିନ ନୁହେଁ, ଟ୍ରିପଲ ଇଂଜିନ ବୋଲି ସେ କହିଛନ୍ତି । ଅଜିତ ପାଓ୍ବାରଙ୍କ ସହ 9 ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି । ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ସହ ଏନସିପିର ସମସ୍ତ ବିଧାୟକ ଅଛନ୍ତି ବୋଲି ଦାବି କରିଛନ୍ତି । ଏନସିପିର ଚିହ୍ନ ତାଙ୍କ ସହ ରହିବ ଏବଂ ନିର୍ବାଚନ ଲଢିବାରେ କିଛି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏନସିପିର 53 ଜଣ ବିଧାୟକଙ୍କ ମଧ୍ୟରୁ 43 ଜଣ ଅଜିତ ପାଓ୍ବାରଙ୍କ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here