ଭାରତବର୍ଷରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର କ୍ଷେତ୍ରରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଅନ୍ୟରାଜ୍ୟ ତୁଳନାରେ ଓଡିଶାରୁ ଅଧିକ ମାନବ ଚାଲାଣ ହୋଇଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ପଚାଶ ଭାଗ ହେଉଛନ୍ତି ମହିଳା । ପ୍ରତିଦିନ ରାଜ୍ୟରେ ସାତଜଣ ମହିଳା ଦୁଷ୍କର୍ମର ଶୀକାର ହୁଅନ୍ତି ଏବଂ ଓଡିଶାରେ ମହିଳାଙ୍କ ସ୍ଥିତି ଅତ୍ୟନ୍ତ ସଂକଟାପନ୍ନ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ଜାତୀୟ ସଭାନେତ୍ରୀ ଅଳକା ଲାମ୍ବା । ଆଜି କଂଗ୍ରେସ ଭବନ ପରିସରରେ ମହିଳା ନ୍ୟାୟ ସମାବେଶକୁ ଉଦବୋଧନ ଦେଇ ଶ୍ରୀମତୀ ଲାମ୍ବା କହିଛନ୍ତି, ସ୍ବଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କର ବିକାଶ ହେଉଛି ବୋଲି ରାଜ୍ୟ ସରକାର ଯେଉଁ ଡେଙ୍ଗୁରା ପିଟୁଛନ୍ତି, ତାହା ସଂପୂର୍ଣ୍ଣ ମିଛ । କଂଗ୍ରେସ ସରକାର ସମୟରେ ମହିଳାଙ୍କ ବିକାଶ ପାଇଁ ସ୍ବଂୟ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲା ଏବଂ ଉପା ସରକାର ସମୟରେ ସେଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଓଡିଶାରେ ମହିଳାଙ୍କ ବିକାଶର ବାସ୍ତବ ଚିତ୍ର ଉଦବେଗଜନକ ବୋଲି ଶ୍ରୀମତୀ ଲାମ୍ବା କହିଥିଲେ । ଏହି ସମାବେଶକୁ ଉଦବୋଧନ ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ଗତ ଚବିଶ ବର୍ଷ ଧରି ରାଜ୍ୟରେ ମହିଳାମାନେ ଅତ୍ୟାଚାରିତ ହେଉଛନ୍ତି ବୋଲି କହିଥିଲେ । ଏବେ ବି ରାଜ୍ୟରେ 75 ଭାଗ ମହିଳା ଅପପୁଷ୍ଟିର ଶୀକାର ହେଉଛନ୍ତି ଏବଂ ଆଦିବାସୀ ଉପାନ୍ତ ଅଞ୍ଚଳରେ ଗର୍ଭବତୀ ମହିଳା ଖଟିଆରେ ବୁହା ହେଉଛନ୍ତି । ଆସନ୍ତା ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ସେ ଆହ୍ବାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here