କୁଖ୍ୟାତ ମାଓବାଦୀ ନେତା ଆରକେ ଓରଫ ରାମକ୍ରିଷ୍ଣା ନାଁରେ ପରିଚିତ ଆକ୍କିରାଜୁ ହରଗୋପାଲ ମୃତ । ମାଓବାଦୀ ସେଣ୍ଟ୍ରାଲ କମିଟି ପକ୍ଷରୁ ଆରକେ ମୃତ୍ୟୁ ସଂପର୍କରେ ପ୍ରେସ ରିଲିଜ ଜରିଆରେ ସ୍ପଷ୍ଟ କରାଯାଇଛି । ଛତିଶଗଡ ବସ୍ତର ଜିଲ୍ଲାରେ ଆରକେ ମୃତ୍ୟୁବରଣ କରିଥିବା ନେଇ ଛତିଶଗଡ ପୋଲିସ ମଧ୍ୟ ସ୍ପଷ୍ଟ କରିଛି ।

ଆନ୍ଧ୍ର ଓଡିଶା ସ୍ପେସାଲ ଜୋନାଲ କମିଟିର ମୁଖ୍ୟ ଥିବା ଆରକେ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲା । କିଡନୀ ଖରାପ ହୋଇଯିବା ଯୋଗୁ ଗତ 14 ତାରିଖରେ ସେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ କରିଛି ମାଓବାଦୀ ସଂଗଠନ । ମୃତ୍ୟୁବେଳକୁ ତାକୁ 63 ବର୍ଷ ହୋଇଥିଲା । 1970ରେ ସେ ମାଓ ସଂଗଠନରେ ଯୋଗ ଦେଇଥିଲା । ଏବଂ ମାଓବାଦୀ ସଂଗଠନକୁ ସୁଦୃଢ କରିବା ଦିଗରେ ଆରକେର ବଲିଷ୍ଠ ଅବଦାନ ରହିଥିଲା । ହତ୍ୟାକାଣ୍ଡ, ଅପହରଣ, ହିଂସାକାଣ୍ଡ ଭଳି ଦୁଇଶହରୁ ଅଧିକ ମାମଲା ରହିଛି ତାଙ୍କ ନାଁରେ । ଏପରିକି ଆରକେକୁ ଧରିବା ପାଇଁ ଆନ୍ଧ୍ରପ୍ରଦେଶ ଓ ଓଡିଶା ପୋଲିସ ଦେଢକୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।

LEAVE A REPLY

Please enter your comment!
Please enter your name here