ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏ ବର୍ଷ ଜନ୍ମଦିନ ପାଳିବେନାହିଁ ମୁଖ୍ୟମନ୍ତ୍ରୀ । କୋଭିଡ ସଙ୍କ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାବାସୀଙ୍କର ଭଲପାଇବା , ଶୁଭେଚ୍ଛା ଓ ଆର୍ଶୀବାଦରେ ସେ ସବୁବେଳେ ଋଣି । କୋଭିଡ ଯୋଗୁଁ ଗତ ଦେଢବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆସନ୍ତାକାଲି ନବୀନ ନିବାସ ନଆସି କୋଭିଡରେ ପ୍ରାଣ ହରାଇଥିବା ଲୋକଙ୍କର ପରିବାରକୁ ସାହାର୍ଯ୍ୟ କରିବା ଏବଂ ରକ୍ତଦାନ ଭଳି ମହତ୍ତ୍ୱ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ସବୁଠୁ ବଡ ଶୁଭେଚ୍ଛା ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here