ପୁରୀ: ରାଜ୍ୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ୩୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସହ ଏକ ଦୃଶ୍ୟ-ଶ୍ରାବ୍ୟ ହଲ୍ ଏବଂ ମୁକ୍ତାକାଶ ମଞ୍ଚ ରହିବ । ପାଖାପାଖି ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସଂଗ୍ରହାଳୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଇତିହାସ, ଦର୍ଶନ, ପରମ୍ପରା ଓ ଲୋକଜୀବନରେ ଏହାର ଗଭୀର ପ୍ରଭାବକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରାଯିବ । ଶ୍ରୀଜଗନ୍ନାଥ ସଂସ୍କୃତି, ପ୍ରାଚୀନ ଇତିହାସ ଓ ଧାର୍ମିକ ଐତିହ୍ୟ ଉପରେ ଗଭୀର ଗବେଷଣା ସହ ପ୍ରାଚୀନ ଜ୍ଞାନ ଓ ପରମ୍ପରାର ସଂରକ୍ଷଣକୁ ବିଶେଷ ଗୁରୁତ୍ୱ ଦିଆଯିବ । ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି, ପୁରାତନ ମନ୍ଦିରଗୁଡ଼ିକର ଦୁର୍ଲଭ ଦସ୍ତାବିଜ, ପାରମ୍ପରିକ ତଥ୍ୟ ଓ ଐତିହାସିକ ପ୍ରମାଣଗୁଡ଼ିକୁ ଆଧୁନିକ ଡିଜିଟାଲ୍ ପ୍ରଣାଳୀ ମାଧ୍ୟମରେ ସଂରକ୍ଷିତ କରାଯିବ । ଫଳରେ ଆଗାମୀ ପିଢ଼ି ଆମ ସମୃଦ୍ଧ ଐତିହ୍ୟ ଓ ଆଧ୍ୟାତ୍ମିକ ଜ୍ଞାନକୁ ସହଜରେ ଅନୁଭବ, ଅଧ୍ୟୟନ ଓ ଗବେଷଣା କରିପାରିବେ । ଏହାଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here