ଦିନେ ସେ ମାଟ୍ରିକ ଫେଲ ହୋଇଥିଲେ । ଆଜି ସେ ଏସସିବିର ଡାକ୍ତର । ନିଜ ଟୁଇଟର ଏବଂ ଫେସବୁକରେ ଡାକ୍ତର ଜଣଙ୍କ ଏମିତି କିଛି ପୋଷ୍ଟ କରିଛନ୍ତି । କଟକ ଏସସିବି ମେଡିକାଲ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିବା ଡାକ୍ତର ଜ୍ୟୋର୍ତିମୟ ନାୟକଙ୍କ କାହାଣୀ । ୧୯୯୦ ମସିହାରେ ମାଟ୍ରିକ ଫେଲ ହୋଇଥିଲେ । ମନୋବଳ ଦୃଢ କରି ପୁଣିଥରେ ପରୀକ୍ଷା ଦେଇ ପ୍ରଥମ ମଧ୍ୟ ହେଲେ । ପରେ ଯୁକ୍ତ ଦୁଇରେ ମଧ୍ୟ ଭଲ ମାର୍କ ରଖିଲେ । ୧୯୯୫ରେ ଡାକ୍ତରୀ ପାଠପଢା ଆରମ୍ଭ କରିଥିଲେ । ପରୀକ୍ଷାରେ ମାର୍କ ସବୁକିଛି ନୁହେଁ, ଚେଷ୍ଟା କଲେ ଭବିଷ୍ୟତରେ ଭଲ କରି ହେବ ବୋଲି ଆନ୍ଦୋଳନ କରୁଥିବା କିଛି ଛାତ୍ରୀଙ୍କୁ ଏଭଳି କିଛି ପରାମର୍ଶ ଦେଇଛନ୍ତି ଜ୍ୟୋର୍ତିମୟ ।