ରେଲ ଷ୍ଟେସନରେ ନିଆଁ. ଶୁକ୍ରବାର ସକାଳ ପ୍ରାୟ 9ଟା ସମୟରେ ଭୁବନେଶ୍ୱର ରେଳ ଷ୍ଟେସନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି. ଯାତ୍ରୀମାନଙ୍କ ବିଶ୍ରାମଗାରରେ ହଠାତ ନିଆଁ ଲାଗିଯାଇଥିଲା. ଫଳରେ ଜୀବନ ବଞ୍ଚାଇବାକୁ ଯାଇ ସମସ୍ତ ଯାତ୍ରୀ ଏଣେତେଣେ ଦୌଡିବାକୁ ଲାଗିଥିଲେ. ନିଆଁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି. ଏହାଛଡା କେତେ ମୂଲ୍ୟର କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ. ଅନ୍ୟପଟେେ କେଉଁମାନେ ମୃତାହତ ହୋଇଛନ୍ତି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ.

LEAVE A REPLY

Please enter your comment!
Please enter your name here