କ୍ଷମତା ଖେଳରେ ହାରିଗଲେ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବେ ବିଜେପିର ଦେବେନ୍ଦ୍ର ଫଡନାବିସ । ଶିବସେନାରେ ବିଦ୍ରୋହ କରି ବିଜେପିକୁ କ୍ଷମତାକୁ ଆଣିଥିବାରୁ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେ । ଫଡନାବିସ ଓ ଏକନାଥ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ପାଇଁ ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦାବି କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ । ଦୁଇବର୍ଷ ପରେ ଦେବେନ୍ଦ୍ର ଫଡନାବିସ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ଫେରୁଛନ୍ତି । ଅପରପକ୍ଷରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ତାଙ୍କ ପାଖରେ ଦଳର ସଂଖ୍ୟା ଗରିଷ୍ଠ ବିଧାୟକ ରହିଥିବାରୁ ତାଙ୍କ ଗୋଷ୍ଠୀ ହିଁ ଅସଲ ଶିବସେନା ବୋଲି କହିଛନ୍ତି । ଆସନ୍ତାକାଲି ଫଡନାବିସଙ୍କ ଟିମ୍ ଶପଥ ଗ୍ରହଣ କରିବେ । ଏଥିସହିତ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ନାଟକର ପରିସମାପ୍ତି ଘଟିଛି ।

LEAVE A REPLY

Please enter your comment!
Please enter your name here