ସିଙ୍ଗର ଷ୍ଟାର କପଲ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ବାବଦରେ କମ୍ପ୍ରମାଇଜ୍ କରିବାକୁ ଆମେ ପ୍ରସ୍ତୁତ । ବିବାଦର ସମାଧାନ ଚାହୁଁଛୁ ବୋଲି କହିଛନ୍ତି ହ୍ୟୁମାନ ସାଗର ଏବଂ ତାଙ୍କ ମା’ । ଶ୍ରୀୟା ଏବଂ ଝିଅକୁ ବହୁତ ମିସ୍ କରୁଛୁ ଏବଂ ଆମେ ସବୁ ଧର୍ମକୁ ସମ୍ମାନ ଦେଉ ବୋଲି ହ୍ୟୁମାନଙ୍କ ମା କହିଛନ୍ତି । ଏମିତିକି ଠାକୁର ଘରେ ଜଗନ୍ନାଥ, ନାରାୟଣ ପୂଜା ପାଉଛନ୍ତି ବୋଲି ଗଣମାଧ୍ୟମକୁ ଦେଖାଇଛନ୍ତି ହ୍ୟୁମାନଙ୍କ ମା’ । ମିଛ ଅଭିଯୋଗ ଶୁଣି ମୁଁ ମର୍ମାହତ ଏବଂ ଦୁଖିଃତ ବୋଲି ହ୍ୟୁମାନ କହିଛନ୍ତି । ମୁଁ ସତ୍ୟପଥରେ ଅଛି ଓ ନ୍ୟାୟ ମିଳିବ ବୋଲି ଆଶା ରଖିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here