ନିର୍ବାଚନ ତାରିଖ ଘୋଷଣା ପରେ ବି ମେଣ୍ଟ ଅଙ୍କ ଛିଣ୍ଡୁ ନ ଥିବାରୁ ବିଜେଡି-ବିଜେପି ନେତା ପାଟିରେ ହାତ ଦେଇ ବସିଛନ୍ତି । ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିବା ପାଇଁ ଉଭୟ ଦଳ ନିଜ ନିଜର ଶକ୍ତିକୁ ନେଇ ତୁମ୍ବିତୋଫାନ କରୁଥିଲେ ହେଁ ଦୁଇ ଦଳ ଭିତରେ ମେଣ୍ଟ ହେବା ନିଶ୍ଚିତ । ଆଜି ବିଜେଡିର ଦ୍ବିତୀୟ ସୁପ୍ରିମୋ କୁହାଯାଉଥିବା ଭି.କେ. ପାଣ୍ଡିୟାନ ନୂଆଦିଲ୍ଲୀରେ ମେଣ୍ଟ ଗଠନ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ପାଣ୍ଡିଆନ କହିଛନ୍ତି, ଉଭୟ ଦଳ ନିଜ ନିଜ ବଳରେ ଶକ୍ତିଶାଳୀ ଏବଂ ସରକାର ଗଠନ ପାଇଁ ମେଣ୍ଟର ଆବଶ୍ୟକତା ନ ଥିଲେ ହେଁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମେଣ୍ଟ ହେବା ନେଇ ସୂଚନା ଦେଇଛନ୍ତି । ଯଦିଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି, ଏବଂ କେନ୍ଦ୍ରରେ ମୋଦୀଙ୍କ ଲୋକପ୍ରିୟତା ରହିଛି, ତେଣୁ ରାଷ୍ଟ୍ରର ଦୁଇ ଲୋକପ୍ରିୟ ନେତା ଏବେ ଏକାଠି ହେବାକୁ ଚାହୁଁଛନ୍ତି ବୋଲି ମନ୍ତବ୍ୟ ଦେଇ ମେଣ୍ଟ ସମ୍ଭାବନାକୁ ସ୍ପଷ୍ଟ କରିଛନ୍ତି । ବିଜେପି ନେତୃତ୍ବ ଚାପରେ ବିଜେଡି ମେଣ୍ଟ କରିବାକୁ ବାଧ୍ୟ ହେଉଛି ବୋଲି ମନ୍ତବ୍ୟ ଦେଇ ପୂର୍ବରୁ ଆମ୍ ଆଦମୀ ପାର୍ଟି ଅନୈତିକ ମେଣ୍ଟ ଗଠନକୁ ସମାଲୋଚନା କରିଥିଲା । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ 21ଟି ଲୋକସଭା ଆସନ ଭିତରୁ ବିଜେପି 14ଟି ଆସନ ଦାବି କରୁଥିବା ବେଳେ 50 ରୁ 55 ଆସନ ଦାବି କରୁଛି ।

LEAVE A REPLY

Please enter your comment!
Please enter your name here