ଶେଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ଗିରଫ କରିଛି । ଆଜି ଇଡିର ଏକ ବାରଜଣିଆ ଟିମ୍ କେଜ୍ରିଓ୍ଲାଲଙ୍କ ବାସଭବନରେ ପହଞ୍ଚି ଦିଲ୍ଲୀ ମଦ ନୀତି ସ୍କାମ ସଂପର୍କରେ ପଚରାଉଚରା କରିଥିଲେ । ପୂର୍ବରୁ ଇଡି କେଜ୍ରିଓ୍ୱାଲଙ୍କୁ ହାଜର ହେବା ପାଇଁ 9 ଥର ନୋଟିସ ଜାରି କରିଥିଲେ ବି କେଜ୍ରିଓ୍ୱାଲ ଇଡି ନିକଟରେ ହାଜର ହୋଇ ନଥିଲେ । ବରଂ ଇଡି ଗିରଫଦାରିରୁ ସୁରକ୍ଷ ାପାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେବା ପରେ ଇଡି ଟିମ୍ ଆଜି କେଜ୍ରିଓ୍ୱାଲଙ୍କ ବାସଭବନରେ ପହଞ୍ଚିଯାଇଥିଲା । କେଜ୍ରିଓ୍ୱାଲଙ୍କ ବାସଭବନକୁ ଦିଲ୍ଲୀ ପୋଲିସ ଘେରାଉ କରି ରଖିଥିଲା । ଇଡି ଟିମ୍ କେଜ୍ରିଓ୍ୱାଲଙ୍କୁ ଜେରା କରୁଥିବା ବେଳେ କେଜ୍ରିଓ୍ୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନୁ ସିଘଓ୍ବି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଇଡି ଗିରଫଦାରୀକୁ ଏଡାଇବା ପାଇଁ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣୀ କରିବା ପାଇଁ ସେ ପିଟିସନ ଦେଇଥିଲେ ହେଁ ସୁପ୍ରିମକୋର୍ଟ ତାହା ଗ୍ରହଣ କରି ନ ଥିଲେ । ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ ପରେ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ଆଶଙ୍କା ସ୍ପଷ୍ଟ ହୋଇଯାଇଥିଲା । କେଜ୍ରିଓ୍ୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ, ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗିରଫ କରାଯାଇଛି । ତେବେ ଗିରଫ ପରେ ବି ସେ ମୁଖ୍ୟମନ୍ତ୍ରୀ ରହିବେ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here