12 ହଜାର ଋଷୀୟ ସୈନ୍ୟଙ୍କୁ ମାରିଛୁ । 303ଟି ଟ୍ୟାଙ୍କକୁ ଧ୍ବଂସ କରିଛୁ । 48ଟି ଲଢୁଆ ବିମାନକୁ ଖସାଇଛୁ । 80ଟି ଲଢୁଆ ହେଲିକପ୍ଟରକୁ ଧ୍ବଂସ କରିଛୁ ।
ଋଷୀୟ ସୈନ୍ୟଙ୍କୁ ସହରର ପ୍ରତି ଗଳିକନ୍ଦିରେ ୟୁକ୍ରେନ ସୈନ୍ୟ କଡା ଜବାବ ଦେଉଛନ୍ତି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ୟୁକ୍ରେନ ଉପରେ ଋଷିଆର ଭୟଙ୍କର ଆକ୍ରମଣର 12 ଦିନ ପରେ ବି ଋଷ ସୈନ୍ୟଙ୍କୁ କଡା ମୁକାବିଲା କରୁଥିବା ନେଇ ଜେଲେନସ୍କିଙ୍କ ଦମ୍ଭୋକ୍ତି ବିଶ୍ବ ସମୁଦାୟକୁ ଚକିତ କରିଛି । ଗତ ଫେବୃଆରୀ 24 ତାରିଖ ପରଠାରୁ ଜେଲେନସ୍କିଙ୍କ ସଂପର୍କରେ କୌଣସି ଖବର ମିଳୁ ନ ଥିବାରୁ ସମ୍ଭବତଃ ସେ ଦେଶ ଛାଡି ଚାଲିଯାଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ସେ କିଭରେ ଅଛନ୍ତି ଏବଂ ଦେଶ ଛାଡିଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଜେଲେନସ୍କି ଏକ ଭିଡିଓ ରିଲିଜ ଜାରି କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here