ରବିବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ନବୀନ କହିଛନ୍ତି,“ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଫନି କ୍ଷୟକ୍ଷତି ନେଇ ଆଲୋଚନା ହୋଇଛି। ଫନି ପାଇଁ ୫ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି। ୫ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଛୁ। ଏଥିସହ କୋଇଲା ରୟାଲିଟି ସଂଶୋଧନ ଦାବି ନେଇ ଜଣାଯାଇଛି । ସେ ଆହୁରି କହିଛନ୍ତି,ଲୋକସଭା ଉପବାଚସ୍ପତି ପଦ ନେଇ କୌଣସି ଆଲୋଚନା ହୋଇନି। ଆୟୁଷ୍ମାନ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା ହୋଇନି। ଏଥିସହ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପାଇଁ ମୋଦିଙ୍କୁ ନବୀନ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here