ଶ୍ରୀମନ୍ଦିରରେ ରଥଯାତ୍ରା ସିଧା ପ୍ରସାରଣର ନିଲାମ । ସୋମବାର ସଂଧ୍ୟାରେ ଖୋଲାଯାଇଥିବା ନିଲାମ ପତ୍ରରେ ଓଟିଭି ସର୍ବାଧିକ ୫୪ ଲକ୍ଷ ଟଙ୍କା ପକାଇଥିବା ବେଳେ ଏମବିସି ଟିଭି ଦ୍ୱିତୀୟ ସ୍ଥାନରେ ରହିଛି । ଏମବିସି ଟିଭି ୩୬ଲକ୍ଷ ଓ ନ୍ୟୁଜ ୧୮ ପନ୍ଦର ଲକ୍ଷ ଟଙ୍କାର ନିଲାମ ପେପର ପକାଇଛି । ଏହି ନିଲାମୀ ପ୍ରକ୍ରିୟାରେ ମୋଟ ୭ଟି ନ୍ୟୁଜ ଚ୍ୟାନେଲ ଭାଗ ନେଇଥିଲେ । କଳିଙ୍ଗ ଟିଭି ଓ ପ୍ରାର୍ଥନା ଚ୍ୟାନେଲ ୧୦ ଲକ୍ଷ ଟଙ୍କାର ନିଲାମ ପେପର ପକାଇଥିବା ବେଳେ ସାଧନା ଟିଭି ୪ ଲକ୍ଷ ୪୪ ହଜାର ଓ କନକ ଟିଭି ୧ ଲକ୍ଷ ୨୫ ହଜାର ଟଙ୍କାର ପକାଇଛନ୍ତି । ତେବେ ନିଲାମୀକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନଥିବା ବେଳେ ମାମଲା ଅଦାଲତରେ ପହଞ୍ଚିଛି । ହାଇକୋର୍ଟରେ ଏହି ନିଲାମୀ ପ୍ରକ୍ରିୟାକୁ ପୁରୀର ସମାଜସେବୀ ପ୍ରସନ୍ନ କୁମାର ଦାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ଭଳି ଧାର୍ମିକ ପରଂପରାକୁ ବ୍ୟବସାୟୀକରଣ କରୁଥିବାରୁ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ରଥଯାତ୍ରାର ନିଲାମୀ ପ୍ରକ୍ରିୟାକୁ ବିରୋଧ କରିଛନ୍ତି । ଡାକରା ଦିନକୁ ଦିନ ବିବାଦ ବଢ଼ିବାକୁ ଲାଗିଲାଣି । ତେବେ କିଛି ସଂଗଠନ ଆଇନ୍ ଆଶ୍ରୟ ନେବେ ବେଳେ ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here