ମୋଟେରାରେ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରେ ନାମିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଉଦଘାଟନ କରିଥିବାବେଳେ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି ଷ୍ଟାଡିୟମକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାରେ ଘୋଷଣା କରିଛନ୍ତି । ଆଜି ସାଢେ ୨ଟାରେ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ମଧ୍ୟରେ ପିଙ୍କ୍ ବଲ୍ ଟେଷ୍ଟ ଖେଳାଯିବ । ଅମିତ ଶାହା କହିଛନ୍ତି । ଏ ଷ୍ଟାଡିୟମରେ ଆଗାମୀ ୬ ମାସ ଭିତରେ ଅଲିମ୍ପିକ୍ସ, ଏସିୟାନ, କମନ ୱେଲ୍‌ଥ ଗେମ୍ ଖେଳାଯାଇପାରିବ । ଏହା ସହିତ ଅହମ୍ମଦାବାଦ ଏଣିକି କ୍ରୀଡା ସିଟି ନାରେ ପରିଚିତ ହେବ ବୋଲି କହିଛନ୍ତି ଅମିତ ଶାହା । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏଭଳି ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମର ସ୍ୱପ୍ନ ଦେଖିଥିଲେ ମୋଦି । ଯାହା ଆଜି ପୂରଣ ହୋଇଛି । ଷ୍ଟାଡିୟମ ସହ ୬ ଶହ ସ୍କୁଲକୁ ଯୋଡାଯିବ । ଏବଂ ଏଠାରେ ଖେଳିବାକୁ ସୁଯୋଗ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅମିତ ଶାହା ।

LEAVE A REPLY

Please enter your comment!
Please enter your name here