ଭାରତୀୟ ଜନତା ପାର୍ଟିର ୪୪ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ମନ୍ତ୍ରୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ମସିହାରୁ କେବଳ ସରକାର ପରିବର୍ତ୍ତନ ନୁହେଁ ବରଂ ଭାରତର ନୂଆ ଯାତ୍ରା ଆରମ୍ଭ ହୋଇଥିବା ମୋଦୀ କହିଛନ୍ତି । ହନୁମାନଙ୍କ ଜୀବନ ଭାରତର ବିକାଶ ଯାତ୍ରାରେ ପ୍ରେରଣା ଦେଇଥିବା ନେଇ କହିଛନ୍ତି ମୋଦୀ । ତେବେ ହନୁମାନଙ୍କ ଠାରୁ ବିଜେପି ପ୍ରେରଣା ନିଏ । ହନୁମାନ ଭ୍ରଷ୍ଟାଚାର ବିରୋଧରେ ଲଢୁଥିଲେ । ଏମିତି କେଉଁ କାମ ନାହିଁ , ଯାହା ସଙ୍କଟମୋଚନ ହନୁମାନ କରିପାରିବେନି । ମହାବୀର ହନୁମାନ ବିଜେପିର ଆଦର୍ଶ ବୋଲି ବିଜେପି ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୨୦୧୪ରୁ କେମିତି ବିଜେପି ସରକାର ଗଢିଥିଲା । ବିଜେପିର ମଜାକ୍ ଉଡାଉଛନ୍ତି ବିରୋଧୀ ଦଳ ଦୁର୍ନୀତିରେ ଲିପ୍ତ ଥିବା ଲୋକେ ମିଛ କହୁଛନ୍ତି । ଦୁର୍ନୀତିର ପେଡ଼ି ଖୋଲୁଥିବା ଦେଖି ହତାଶ ହୋଇପଡୁଛନ୍ତି ।
ଲୋକ କହୁଛନ୍ତି ୨୦୨୪ରେ ବିଜେପିକୁ କେହି ହରାଇପାରିବେନି । ବିଜେପି କର୍ମୀ ଭାବେ ସବୁ ଲୋକଙ୍କ ମନ ଜିତବା ଦରକାର । ୮୦ ଦଶକରୁ ଆରମ୍ଭ ହୋଇଥିବା ଲଢେଇ ପରି ଲଢିବାକୁ ହେବ

LEAVE A REPLY

Please enter your comment!
Please enter your name here