ମୋଦିଜୀ ମୋ ବାପାଙ୍କୁ ଫେରାଇ ଆଣନ୍ତୁ । କ୍ୟାମେରା ଆଗରେ କହୁ କହୁ କାନ୍ଦି ପକାଉଛି ଏହି କୁନି ଝିଅ । ଆଉ କୁନି ଝିଅର କାନ୍ଦ ଦେଖି ପୂରା ପରିବାରର ହୃଦୟ ବିଦାରି ହୋଇଯାଉଛି । ଛତିଶଗଡ ବିଜାପୁର ମାଓ ହମଲାରେ ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସଙ୍କ ୫ ବର୍ଷର ଝିଅ । ବାପା ଏବେ ମାଓବାଦୀଙ୍କ କବଜାରେ । ଆଉ ପୋଲିସ ତାଙ୍କ ପତ୍ତା ପାଉନି । ଏହି ଖବର ପ୍ରକାଶ ହେବା ପରେ ପୁରା ପରିବାରରେ ଖେଳିଯାଇଛି ଶୋକର ଛାୟା । ବାପାଙ୍କ ନିଖୋଜ ଖବର ବିଷୟରେ କୁନି ଝିଅଟି କେତେ ବୁଝିଛି ସେ ଜାଣେ । ତେବେ ସେ ଅନୁଭବ କରିପାରିଛି ତା’ ବାପା ବିପଦରେ ପଡ଼ିଛନ୍ତି । ପରିବାର ଲୋକଙ୍କ ବ୍ୟସ୍ତତା ଦେଖି କୁନି ଝିଅଟି ବାପାଙ୍କୁ ଝୁରୁଛି । ବିକଳ ହୋଇ କହୁଛି ‘ପ୍ଲିଜ, ମୋ ପାପାଙ୍କୁ ଛାଡ଼ିଦିଅ । ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି । ଛତିଶଗଡର କିଛି ସାମ୍ବାଦିକଙ୍କୁ ମଧ୍ୟ ଲାଲବାହିନୀ ତରଫରୁ ଫୋନ କରି କୁହାଯାଇଛି ଯେ, ନିଖୋଜ ସିଆରପିଏଫ କୋବ୍ରା ଯବାନଙ୍କୁ ସେମାନେ ନିଜ କବଜାରେ ରଖିଛନ୍ତି ।
ଅନ୍ୟପଟରେ ବିଜାପୁର ମାଓବାଦୀ ଆକ୍ରମଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂ । ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏହି ଲଢେଇକୁ ସେ ଏକ ବଡ଼ ଯୁଦ୍ଧ ବୋଲି କହିଛନ୍ତି । ମାଓବାଦୀଙ୍କ ଆମ୍ବୁସକୁ କଡ଼ା ଜବାବ ଦେବାରେ ସୁରକ୍ଷା ବାହିନୀ ସଫଳ ହୋଇଥିବା କହିଛନ୍ତି । ସିଆରପିଏଫ୍ ଡିଜି କହିଛନ୍ତି, ଘଟଣା ଦିନ ୪୫୦ ସୁରକ୍ଷାକର୍ମୀ ଥିବା ବେଳେ ୭ ଶହରୁ ୭୫୦ ମଓବାଦୀ ଥିଲେ । ତେବେ ସେମାନଙ୍କୁ କଡ଼ା ଜବାବ ଦେବାରେ ସୁରକ୍ଷା ବାହିନୀ ସଫଳ ହୋଇଥିବା ଡିଜି କହିଛନ୍ତି।

LEAVE A REPLY

Please enter your comment!
Please enter your name here