ଆଇଟିବିପି ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଆଜ୍ଞା ହଁ, ଉତ୍ତରାଖଣ୍ଡର ହର୍ଷିଲ ଠାରେ ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ପରେ ଚାଲିଚାଲି କେଦାରନାଥରେ ପହଞ୍ଚି ଭଗବାନ ଶିବଙ୍କ ପୂଜା ଅର୍ଚ୍ଚନା କରିବା ସହ ଜଳାଭିଷେକ ମଧ୍ୟ କରିଛନ୍ତି. ତେବେ ପୂର୍ବରୁ ମୋଦି ଏଠାକୁ ଆସି ରୁଦ୍ରାଭିଷେକ କରିଥିଲେ. ମନ୍ଦିର ବାହାରକୁ ଆସି ନଦୀକୁ ପ୍ରଣାମ କରିଥିଲେ ଏବଂ ପରେ କେଦାରପୁରୀ ପ୍ରକଳ୍ପର ସମୀକ୍ଷା କରିଥିଲେ. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2014 ମସିହା ପରଠାରୁ ଏହା ହେଉଛି ମୋଦିଙ୍କ ତୃତୀୟ ଥର କେଦାରନାଥ ଗସ୍ତ. ଏହା ସହ ଆଜି ମୋଦି ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜ୍ଞାପନ କରିବା ସହ ସବୁବେଳେ ସୁସ୍ଥ ଏବଂ ଖୁସି ରହିବା ପାଇଁ କହିଛନ୍ତି.

LEAVE A REPLY

Please enter your comment!
Please enter your name here