ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଟକ ସେକ୍ଟର-1 ରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟନ କରିଛନ୍ତି. ଉଦଘାଟନ ପରେ ପ୍ରକଳ୍ପ ଜାଗାକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ପରେ ଏହି ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ. ତେବେ ଦୈନିକ 3.60 କୋଟି ଲିଟର ବିଶୋଧନ କ୍ଷମତା ବିଶିଷ୍ଟ ଏହି ପ୍ଲାଂଟର ନିର୍ମାଣ କରାଯିବ. ଏଥିପାଇଁ ପାଖାପାଖି 110 କୋଟି ଟଙ୍କା ବ୍ୟୟ କରାଯିବ. ଏହାଛଡା 275 କି.ମି ପର୍ଯ୍ୟନ୍ତ ଏହାର ପାଇପ୍ ଲାଇନ୍ ନିର୍ମାଣ କରାଯିବ. ବର୍ତ୍ତମାନ କଟକ ପୋଲିସ କଲୋନିରେ ଘଣ୍ଟାପ୍ରତି 72 ଲକ୍ଷ ଲିଟର ନିଷ୍କାସନ କ୍ଷମତା ବିଶିଷ୍ଟ ଡ୍ରେନେଜ୍ ପମ୍ପିଙ୍ଗ୍ ଷ୍ଟେସନରେ ନିର୍ମାଣ କାର୍ଯ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି.

LEAVE A REPLY

Please enter your comment!
Please enter your name here