୪୮ ଘଣ୍ଟା ପରେ ପାହାଡ ଖୋଲରୁ ଉଦ୍ଧାର ହେଲେ ଯୁବକ । କେରଳର ପଲକ୍କଡ ଅନ୍ତର୍ଗତ ମାଲାମପୁଝାର ଏକ ପାହାଡରେ ଫସିଯାଇଥିବା ଜଣେ ଯୁବ ପର୍ବତାରୋହୀଙ୍କୁ ଉଦ୍ଧାର କରିଛନ୍ତି ରେସ୍କ୍ୟୁ ଟିମ୍ । ଗତ ସୋମବାରଠାରୁ ଏକ ପଥର ସନ୍ଧିରେ ଫସିଯାଇଥିବା ଏହି ଯୁବକ ଦୁଇ ଦିନ ଧରି ବିନା ଖାଦ୍ୟ ଓ ପାଣୀରେ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ । ଏକ କ୍ଷୁଦ୍ର ପଥରକୁ ଆଶ୍ରା କରି ଯୁବକ ଜଣକ ବିପଦଜନକ ଅବସ୍ଥାରେ ରହିଥିଲେ । ତାଙ୍କୁ ଉଦ୍ଧାର କରିବା ଲାଗି ସେନା ଯବାନମାନେ ମିଶନ ଆରମ୍ଭ କରିଦେଇଥିଲେ । ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନ ଏହି ରେସ୍କ୍ୟୁ ଅପରେସନରେ ନିୟୋଜିତ ହୋଇଥିଲେ । ସେନା ଯବାନଙ୍କ ସହିତ ବାୟୁସେନା ଯବାନ ମଧ୍ୟ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲେ ।
ସୂଚନାଅନୁସାରେ ଆର.ବାବୁ ଓ ତାଙ୍କର ଅନ୍ୟ ଦୁଇ ସାଙ୍ଗ ଗତ ସୋମବାର ପର୍ବତ ଚଢିବା ଲାଗି ଉଦ୍ୟମ କରିଥିଲେ । ମାତ୍ର ଦୁଇ ଜଣ ସାଙ୍ଗ ଏଥିରେ ବ୍ୟର୍ଥ ହୋଇଥିବାବେଳେ ଆର.ବାବୁ ଶୀର୍ଷକୁ ଯାଇପାରିଥିଲେ । କିନ୍ତୁ ଶୀର୍ଷରେ ପହଁଞ୍ଚିବା ମାତ୍ରେ ସେ ଖସିପଡି ଏକ ପଥରସନ୍ଧିରେ ଲାଖି ଯାଇଥିଲେ । ତାଙ୍କର ଚିକିତ୍ସାଲାଗି ପଲକ୍କଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ମୃତୟନ ହୋଇଥିଲେ । ଏହି ଅପରେସନ ସଫଳ ହୋଇଛି । ଏବଂ ଯୁବକ ବିପଦରୁ ରକ୍ଷା ପାଇଛନ୍ତି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।

LEAVE A REPLY

Please enter your comment!
Please enter your name here