ପୁଣି ମାଓବାଦୀଙ୍କ ବର୍ବରତା । ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । କନ୍ଧମାଳ ଫିରିଙ୍ଗିଆ ଥାନାରେ ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ବିସ୍ଫୋରଣ ହୋଇଛି । ମାଓବାଦୀମାନେ ଲଗାଇଥିବା ପୋଷ୍ଟର ନିକଟରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି କିଆମୁଣ୍ଡା ଗାଁର ପ୍ରିୟରଞ୍ଜନ କହଁର । ଗତକାଲି ଏଇ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇବା ସହିତ ଜେସିବିକୁ ପୋଡି ଦେଇଥିଲେ । ମୃତକ ଜଣଙ୍କ ସକାଳୁ ଗାଇ ଚରାଇବାକୁ ସେଇ ରାସ୍ତା ଦେଇ ଯାଉଥିବାବେଳେ ଏହି ଅଘଟଣ ଘଟିଥିବା ସୂଚନା । ପଞ୍ଚାୟତ ନିର୍ବାଚନକୁ ବର୍ଜନ ଏବଂ ସ୍ଥାନୀୟ ଅଞ୍ଚଳରେ ଉନ୍ନୟନ କାମକୁ ବିରୋଧ କରି ମାଓବାଦୀ ପୋଷ୍ଟର ଲଗାଇଥିଲେ । ଗତ ସପ୍ତାହରେ କଳାହାଣ୍ଡିରେ ମାଓପୋଷ୍ଟର ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ସାମ୍ବାଦିକ ରୋହି ବିଶ୍ୱାଳଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here