ମୁଁ ଛାଡିବିନି I ସବୁ ଖୋଲିଦେବି I ମୁଁ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ହୋଇଯିବ I ସମସ୍ତଙ୍କ ମୁଖା ଖୋଲିଦେବି I ତଥ୍ୟ, ପ୍ରମାଣର ସହ ସବୁ ଖୁଲାସା କରିବି I ଆଜି ଗଣମାଧ୍ୟମ ଆଗରେ ଏମିତି ବିସ୍ଫୋରକ କଥା କହିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ I ଆଜି ସାତଦିନିଆ ରିମାଣ୍ଡରେ ଅର୍ଚ୍ଚନା ନାଗଙ୍କୁ ଇଡି ଝାରପଡା ଜେଲରୁ ନେଇ କ୍ୟାପିଟାଲ ହସପିଟାଲରେ ସ୍ବାସ୍ଥ୍ୟ ଯ଼ାଞ୍ଚ କରିଥିଲା I ହସପିଟାଲରେ ଗଣମାଧ୍ୟମକୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅର୍ଚ୍ଚନା ଏହି ବିସ୍ଫୋରକ କଥା କହିଛନ୍ତି I

ଅର୍ଚ୍ଚନା କହିଛନ୍ତି, ମିଳିମିଶି ସମସ୍ତେ ପଣସ ଖାଇବେ, ଆଉ ମୋ ମୁଣ୍ଡରେ ଅଠା ବୋଳିବେ I ମୁଁ ଇଡିକୁ ଅପେକ୍ଷା କରି ରହିଥିଲି I ଏବେ ତଥ୍ୟ ପ୍ରମାଣ ସହ ସବୁ ଖୋଲିଦେବି I ଆଜି ନ ହେଲେ କାଲି କହିବି I ମୁଁ ଛାଡିବିନି I ମତେ ଫସାଇଛନ୍ତି I କମିଶନରେଟ ପୋଲିସ ମୋ ଆଖି, କାନ, ପାଟି ବନ୍ଦ କରି ଗିରଫ କରିଛି I କିଏ ଷଡଯନ୍ତ୍ର କରିଛି, କିଏ କିଏ ସଂପୃକ୍ତ, ସବୁ କହିବି I

ଅର୍ଚ୍ଚନା ନାଗଙ୍କ ଏହି ବିସ୍ଫୋରକ ବୟାନ ପରେ ବହୁ ବଡବଡିଆ ରାଜନେତା, ମନ୍ତ୍ରୀ, ବିଧାୟକଙ୍କ ଛାତିରେ ଛନକା ପଶିଥିବା କୁହାଯ଼ାଉଛି I ଅର୍ଚ୍ଚନା ନାଗଙ୍କ ସେକ୍ସ ରାକେଟ, ବ୍ଲାକମେଲିଂ ଘଟଣାରେ ବହୁ ପ୍ରଭାବଶାଳୀ ରାଜନେତା, ମନ୍ତ୍ରୀ, ବିଧାୟକ ସଂପୃକ୍ତ ଥିବାର ଆଭାସ ମିଳିଛି I ମାତ୍ର ଏପର୍ଯ଼୍ୟନ୍ତ କିଛି ବ୍ୟବସାୟୀ, ସିନେ ପ୍ରଯୋଜକଙ୍କୁ ଇଡି ଜେରା କରିଥିଲେ ହେଁ ରାଜନେତା, ବିଧାୟକ ଓ ମନ୍ତ୍ରୀଙ୍କ ନାଁ ବାହାରକୁ ଆସିନାହିଁ I

LEAVE A REPLY

Please enter your comment!
Please enter your name here