ପ୍ରଚାର କରିବେନି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ନିର୍ବାଚନ କମିଶନ । ଉଭୟଙ୍କ ପ୍ରଚାର ଉପରେ ବ୍ୟାନ୍ ଲଗାଇଛନ୍ତି ନିର୍ବାଚନ କମିଶନ । ଯୋଗି ଆଦିତ୍ୟନାଥଙ୍କ ପ୍ରଚାର ଉପରେ ୩ ଦିନ ବ୍ୟାନ ଲାଗିଥିବା ବେଳେ ମାୟାବତୀଙ୍କ ପ୍ରଚାର ଉପରେ ୪୮ ଘଣ୍ଟାର ରୋକ ଲଗାଇଛନ୍ତି ନିର୍ବାଚନ କମିଶନ । ଆସନ୍ତାକାଲି ସକାଳ ୬ଟାରୁ ଏହି ନିୟମ କାର୍ୟ୍ୟକାରୀ ହେବ । ଏହାଛଡା ସୋସିଆଲ ମିଡିଆ ମଧ୍ୟ ବ୍ୟବହାର କରିପାରିବେ ନାହିଁ ଏପରିକି କୌଣସି ଗଣମାଧ୍ୟମକୁ ସାକ୍ଷାତକାର ମଧ୍ୟ ଦେଇପାରିବେନି ଏହି ୨ ନେତା । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହି ଦୁଇ ନେତା ବିବାଦୀୟ ବୟାନ ନେଇ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଥିଲେ ।

LEAVE A REPLY

Please enter your comment!
Please enter your name here