ସାଧାରଣ ନିର୍ବାଚନକୁ ନେଇ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସର ଚୂଡାନ୍ତ ପ୍ରାର୍ଥୀ ତାଲିକା ପକ୍ରୀୟା । ଏନେଇ ଆଇସିସିର ସ୍କ୍ରିନିଂ କମିଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପିସିସି କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ପଦାଧିକାରୀଙ୍କ ସହିତ ଆଲୋଚନା କରିବେ । ଏହି ଆଲୋଚନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ଆସନ ପାଇଁ ପ୍ରାର୍ଥୀ ତାଲିକାର ରୂପରେଖ ଚୂଡାନ୍ତ କରାଯିବ । ଦଳର ନୀତି ଆଧାରରେ ଚୟନ ହୋଇଛି କି ନାହିଁ ତାହା ପରଖାଯିବ । ଏହି ବୈଠକରେ କମିଟିର ଅଧ୍ୟକ୍ଷ ଭି.ଡି. ସତିଶନ୍ ଯୋଗ ଦେଇଛନ୍ତି। ଏଥିସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତା ଅଂଶଗ୍ରହଣ କରିଛନ୍ତି । ଦଳର ସାଙ୍ଗଠନିକ ଦାୟିତ୍ୱରେ ଥିବା ନେତା ଓ ଆଶାୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରୁଛନ୍ତି ସ୍କ୍ରନିଂ କମିଟି ସଦସ୍ୟ । କେନ୍ଦ୍ରୀୟ ନିର୍ବାଚନ କମିଟି ତାଲିକାରେ ମୋହର ମାରିବା ପରେ ଫେବ୍ରୁଆରି ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ କଂଗ୍ରେସର ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ।

LEAVE A REPLY

Please enter your comment!
Please enter your name here