ବହୁ ପ୍ରତିକ୍ଷୀତ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ହଜାର କୋଟି ଟଙ୍କା ବ୍ୟୟରେ ଏହି ବନ୍ଦର ନିର୍ମାଣ କରାଯିବ .  ଟାଟା ଷ୍ଟିଲ ସହଭାଗିତାରେ ନିର୍ମାଣ ହେବାକୁ ଯାଉଥିବା ଏହି ବନ୍ଦର ଆସନ୍ତା ୪-୫ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବ. ବାଲେଶ୍ବର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିବା ତାଳସାରୀ ବେଳାଭୂମି ମହୋତ୍ସବ ଉଦଘାଟନ କରିଥିଲେ. ଏହି ଅବସରରେ ଆୟୋଜିତ ସମାବେଶକୁ ଉଦବୋଦନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତାଳସାରୀ ଠାରେ ୧୫୧କୋଟି ଟଙ୍କାରେ  ୩୩ଟି , ବାଲେଶ୍ୱର ଠାରେ ୩୧୧କୋଟି ଟଙ୍କା ବ୍ୟୟରେ ୩୩ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ. ଏହା ବ୍ୟତୀତ ୬୯୧କୋଟି ଟଙ୍କା ବ୍ୟୟରେ ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବାଲେଶ୍ୱରରେ ବିଜୁ ଯୁବବାହିନୀ ଆଂଚଳିକ ସମାବେଶରେ ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here