ପୁରୀ ରଥଖଳାରେ ଅଘଟଣ । ନନ୍ଦିଘୋଷ ରଥକୁ ଧକ୍କା ଦେଲା ପିକଅପ୍ ଭ୍ୟାନ । ରଥକୁ ଧକ୍କା ଦେବା ପୂର୍ବରୁ ଦୁଇ ଜଣ ପର୍ଯ୍ୟଟକଙ୍କୁ ବି ପିଟିଲା ଏହି ଭ୍ୟାନ । ଫଳରେ ଦୁଇ ପର୍ଯ୍ୟଟକଙ୍କ ଶରୀରରେ ଆଘାତ ଲାଗିଛି । ଦୁଇ ପର୍ଯ୍ୟଟକ ହେଲେ ବୈଜୟନ୍ତୀ ସାହୁ ଓ ଗିରିଶ ସାହୁ । ବୈଜୟନ୍ତୀଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଗିରିଶଙ୍କ ହାତରେ ଆଘାତ ଲାଗିଛି । ପିକଅପ ଭ୍ୟାନର ଡ୍ରାଇଭରଙ୍କୁ ହଠାତ ବାତ ମାରିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଡ୍ରାଇଭରଙ୍କୁ ମଧ୍ୟ ହସପିଟାଲରେ ଚିକିତ୍ସା କରାଯାଉଛି । ତେବେ ପିକଅପ ଭ୍ୟାନ ଧକ୍କାରେ ନନ୍ଦିଘୋଷ ରଥର କଣ କ୍ଷତି ହୋଇଛି, ତାହା ଜଣାପଡିନି ।

LEAVE A REPLY

Please enter your comment!
Please enter your name here